ଅଗ୍ନିକାଣ୍ଡରେ ୬ବଖରା ଭସ୍ମିଭୂତ

0

ହରଭଙ୍ଗା : ବୌଦ୍ଧ ଜିଲା ହାଡ଼ଭଙ୍ଗା ଥାନା ଅନ୍ତର୍ଗତ ଭେଜିଗୋଡ଼ା ଗାଁ ରେ ରବିବାର ଭୋରୁ ଅଗ୍ନିକାଣ୍ଡ ଘଟି ୬ବଖରା ଘର ଭସ୍ମିଭୂତ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ସମସ୍ତ ଆସବାବ ପତ୍ର ସହ ଧାନ, ଚାଉଳ ପୋଡ଼ି ନଷ୍ଟ ହୋଇଯାଇଛି। ଅରଭଙ୍ଗା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟ ସର୍କିଟ୍‍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସହାୟତା ଦାବି କରିଛନ୍ତି ସମାଜସେବୀ ବିଶିକେସନ ପ୍ରଧାନ।

Leave A Reply