ଗୁଜରାଟରେ ହସ୍ପିଟାଲରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ୭୦ ରୋଗୀ

ଗୁଜରାଟ : ଗୁଜରାଟର ଭାବନଗରରେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ବୁଧବାର ଖବର ମିଳିଛି। ନିଆଁ ଲାଗିବା ମାତ୍ରେ ହଇଚଇ ସୃଷ୍ଟି ହେବା ସହ ଲୋକେ ଭୟଭୀତ ହୋଇଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲର ୩ୟ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା। ସେହି ମହଲାରେ ଆଇସିୟୁ ଥିବାରୁ ଏଠାରେ ୭୦ ରୋଗୀ ଭର୍ତ୍ତି ଥିଲେ। ମାତ୍ର ସଠିକ ସମୟରେ ସେଠାରୁ ରୋଗୀଙ୍କୁ ଉଦ୍ଧାର କରାଯିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସଠିକ ସମୟରେ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି।

Comments are closed.