ଦିଲ୍ଲୀରେ ଜୋତା କାରଖାନାରେ ଅଗ୍ନିକାଣ୍ଡ ; ୬ କର୍ମଚାରୀଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ : ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଦମକଳ କର୍ମଚାରୀ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଯାଇଥିଲେ। କଳକାରଖାନାରେ ନିଆଁ ଦେଖୁ ଦେଖୁ ତୁରନ୍ତ ବ୍ୟାପି ଯାଇଥିଲା। କଳକାରଖାନା ମାଲିକଙ୍କ କହିବା ଅନୁଯାୟୀ ରାତିରେ କାମ ପାଇଁ ରହିଥିବା ୬ କର୍ମଚାରୀଙ୍କର କୌଣସି ପତ୍ତା ମିଳୁନି।
ଅଗ୍ନିକାଣ୍ଡ ଖୁବ ଭୟାବହ ଥିବା ରୁ ଘଟଣାସ୍ଥଳରେ ପ୍ରାୟ ୨୪ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ଏଯାଏଁ କୌଣସି ଜୀବନହାନୀ ହୋଇଥିବା ନେଇ ଖବର ମିଳିନାହିଁ। ମାତ୍ର ଉକ୍ତ ୬ କର୍ମଚାରୀ ନିଖୋଜ ଅଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Comments are closed.