ଦିଲ୍ଲୀ ଏମସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡ ଏମସର ଅଣ୍ଡରଗ୍ରାଉଣ୍ଡର ସି ବ୍ଲକରେ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ସୂଚନା ପାଇବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ୧୭ ଅଗଷ୍ଟରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ଏମସ୍ ର ଏମର୍ଜେନସି ୱାର୍ଡର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବ ଜଣାପଡିଥିଲା।

Comments are closed.