ବାଦାମବାଡିରେ ଥିବା ଇଲୋକଟ୍ରୋନିକ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ: ବାଦାମବାଡିରେ ଥିବା ଏକ ଇଲୋକଟ୍ରୋନିକ ଗୋଦାମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଗୋଦାମରେ ଥିବା ଲକ୍ଷାଧି୍ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଗୋଦାମରେ ନିଆଁ ଲାଗିବାରୁ ଏଥିରେ ଫଶି ରହିଥିବା ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀମାନେ ।
ଏହି ଇଲେକ୍ଟ୍ରୋନିକ ଗୋଦାମରେ ବହୁ ପରିମାଣରେ ଫ୍ୟାନ, ଇଣ୍ଡକସନ୍ ଚୁଲା ସହିତ ଅନ୍ୟାନ୍ୟ ଇଲୋକଟ୍ରୋନିକ ସାମଗ୍ରୀମାନ ରହିଥିଲା । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ୟ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

Comments are closed.