ଦିଲ୍ଲୀର ଏକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ଦିଲଶାଦ ଗାର୍ଡନ ଶିଳ୍ପାଞ୍ଚଳ କ୍ଷେତ୍ରରେସ୍ଥିତ ଏମଟିଏନଏଲ କାର୍ଯ୍ୟାଳୟ ନିକଟରେ ଥିବା ଏକ କାରଖାନାରେ ଗୁରୁବାର ସକାଳେ ୮ଟା ୩୬ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ୨୫ଟି ଦମକଳ ଗାଡ଼ି ସହ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିବାରେ ଲାଗିଛନ୍ତି। ନିଆଁ ଲାଗିବା ମାତ୍ରେ ସାରା ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା। କଳକାରଖାନାରେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଘଟଣାରେ କେତେ ପରିମାଣରେ କ୍ଷତି ହୋଇଛି ସେନେଇ ସୂଚନା ମିଳିପାରି ନାହିଁ।

Comments are closed.