କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୮ ମୃତ

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ହୋଇଛି। ପ୍ରଥମେ ହସ୍ପିଟାଲର ଆଇସିୟୁ ବିଭାଗରେ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ଦେଖୁ ଦେଖୁ ନିଆଁ ଧିରେ ଧିରେ ଅନ୍ୟ ବିଭାଗକୁ ବ୍ୟାପି ଯାଇଥିଲା। ନିଆଁରେ ୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେଠାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର ଖବର ଜଣାପଡ଼ିବା ପରେ ଦଳକମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ। ଉକ୍ତ ହସ୍ପିଟାଲରେ ପ୍ରାୟ ୪୯ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ନିଆଁ ଲାଗିବାର କାରଣ ଏଯାବତ ଅସ୍ପଷ୍ଟ ରହିଛି।

Comments are closed.