ଆନ୍ଧ୍ରପ୍ରଦେଶର କୋଭିଡ଼ କେନ୍ଦ୍ରରେ ଅଗ୍ନିକାଣ୍ଡ ; ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଭୋର ସମୟରେ ହୋଇଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।
ସୂଚନା ଯୋଗ୍ୟ, ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। କେତେକ ଆହତ ହୋଇଥିଲେ। ନିଆଁ ଲାଗିବା ପରେ ସେଠାରୁ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଏହି କେନ୍ଦ୍ରରେ ପ୍ରାୟ ୪୦ ଜଣ ଲୋକେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୦ ଜଣ ହସ୍ପିଟାଲର କର୍ମଚାରୀ। ନିଆଁ ଲାଗିବାର ଖବର ପାଇ ଘଟଣାସ୍ଥଳରେ ଦମକଳକର୍ମଚାରୀ ପହଂଚି ନିଆଁକୁ ବହୁ କଷ୍ଟରେ ଆୟତ କରିଥଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।ଏହି କୋଭିଡ଼ କେନ୍ଦ୍ରଟି ହେଉଛି ଏକ ହୋଟେଲ। ଯାହାକୁ କୋଭିଡ଼ କେନ୍ଦ୍ର କରାଯାଇଥିଲା।

Comments are closed.