ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

କୁଅଁାପାଳ: ଚଳନ୍ତା କାର୍‌ରେ ଲାଗିଲା ନିଆଁ। ଫଳରେ ରାସ୍ତା ଉପରେ ଜଳିଗଲା କାର୍। ଏହି ଦୁର୍ଘଟଣାରେ କାର ଚାଳକ ଓ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହି କାର୍‌ରେ ଥିବା ୨ ଶିଶୁଙ୍କ ସମେତ ୫ ଜଣ ଯାତ୍ରା କରୁଥିଲେ।
ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ମଧୁପୁର ଅଞ୍ଚଳରେ। ଆଜି ସକାଳେ ଏକ କାର ଜୟପୁରରୁ ପୁରସ୍ତମପୁର ଯିବା ବାଟରେ ହଠାତ ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲେ ଏବଂ ରାସ୍ତା ମଝିରେ କାର୍‌ରେ ନିଆଁ ଲାଗିଯାଇଥିଲା। କାର୍‌ରେ ନିଅଁା ଲାଗି ଯାଇଥିବା ଜାଣିପାରି ଚାଳକ ସହ ଅନ୍ୟ ଦୁଇ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। କାର୍‌ଟି ହୁ ହୁ ହୋଇ ଜଳୁଥିବା ବେଳେ ଖବର ପାଇ କୁଆଁପାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାରେକାହାର କିଛି କ୍ଷତି ନହେଇଥିବା ସ୍ଥାନୀୟ ଲୋକଙ୍କ ସୂଚନା ମିଳିଛି।


ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲା ବଡଚଣା ବ୍ଲକ ପୁରୁଷୋତ୍ତମପୁରର ଦିଲ୍ଲୀପ ବିଶ୍ୱାଳ ନିଜ ପରିବାର ସହ ମାହାଙ୍ଗାରେ ଥିବା ବନ୍ଧୁଘରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ମଧୁପୁରଠାରେ ହଠାତ୍ କାର୍‌ରେ ନିଆଁ ଲାଗିଯାଇଥିଲା। ତୁରନ୍ତ ସେ ରାସ୍ତା ଉପରେ ହିଁ ଗାଡ଼ି ରଖି ପରିବାର ଲୋକଙ୍କୁ ବାହାରକୁ ବାହାର କରିଦେଇଥିଲେ । କାର୍‌ଟି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁଆଁପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Comments are closed.