କାଲିଫର୍ଣ୍ଣିଆରେ ଭୟାବହ ଅଗ୍ନିକାଣ୍ଡ, ୨୩ ମୃତ

0

କାଲିଫର୍ଣ୍ଣିଆ . – ଆମେରିକାରେ କାଲିଫର୍ଣ୍ଣିଆରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲିଫର୍ଣ୍ଣିଆର ଇତିହାସରେ ଏହା ସବୁଠାରୁ ଭୟାବହ ଅଗ୍ନିକାଣ୍ଡ । ଶନିବାରରେ ଅଗ୍ନିଶମ ଅଧିକାରୀମାନେ ଆଉ ୧୪ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ । ପୂର୍ବରୁ ୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଉତ୍ତର କାଲିଫର୍ଣ୍ଣିଆର ଜଙ୍ଗଲରେ ଭୟାବହ ନିଆଁ ଲାଗିଛି । ଏହା ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏଥିଯୋଗୁଁ ଜଙ୍ଗଲ ନିକଟରେ ବସବାସ କରୁଥିବା ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ନିଜର ଗୃହ ପାଳିତ ପଶୁ  ଓ ପିଲାଛୁଆଙ୍କୁ ଧରି ନିରାପଦ ସ୍ଥାନକୁ   ପଳାଇ ଯାଉଛନ୍ତି । ଜଙ୍ଗଲରେ ଲାଗିଥିବା ନିଆଁ ପ୍ରଭାବରେ ଅନେକ ଘର ଜଳିଯାଇଛି । ସାନ୍‌ଫ୍ରାନ୍ସିସ୍କୋଠାରୁ ୨୯୦ କିଲୋମିଟର ଦୂରରେ ଥିବା ପାରାଡାଇଜ୍‌ ସହରରେ ସମସ୍ତ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply