ନିଆଁ ଲାଗି ଜଳିଗଲା ମିନିବସ

ଜି.ଉଦୟଗିରି: ଆଜି ଜି.ଉଦୟଗିରିର ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ଏକ ମିନିବସରେ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି। ଜି.ଉଦୟଗିରି ଶ୍ରୀରାମପଦା ଠାରେ କାର୍ଯ୍ୟକ୍ଷମ ନହୋଇ ପଡି ରହିଥିବା ନୂଆ ବସଷ୍ଟାଣ୍ଡ ପରିସରରେ ରହିଥିବା ମିନିବସ ନଂ ଓଆର ୧୨ ୮୯୯୦ ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ମିନିବସଟି ହୁ ହୁ ହୋଇ ଜଳିଯାଇଥିଲା। ଖବର ପାଇ ତୁରନ୍ତ ଜି.ଉଦୟଗିରି ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ଓ ତାଙ୍କ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବା କାରଣ ବର୍ତ୍ତମାନ ସୁଧା ଜଣାପଡିନାହିଁ। ମିନିବସର ମାଲିକଙ୍କ ନାମ ଅଜୟ ଦିଗାଲ ବୋଲି ଜଣାପଡିଛି।

Comments are closed.