ବୁର୍ଲା ଭିମସାରରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ – ଅଟକିଲା ପ୍ରସୁତୀଙ୍କ ଅସ୍ତ୍ରୋପଚାର

ବୁର୍ଲା: ସ୍ୱାସ୍ଥ୍ୟ ସେବାରେ କ୍ରମାଗତ ବ୍ୟତିକ୍ରମ ଯୋଗୁ ବୁର୍ଲା ଭିମସାର ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଜେନେରେଟର ରୁମ ନିକଟରେ ଅଗ୍ନିକାଣ୍ଡ ଘଟିବା ସମ୍ପୃକ୍ତ ପ୍ରତିଷ୍ଠାନ ଓ ସରଠାରେ ବିଜୁଳି ଯୋଗାଉଥିବା ସଂସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁରୁତ୍ୱପୁର୍ଣ୍ଣ ବିଜୁଳି ବ୍ୟବସ୍ତାକୁ ସୁବ୍ୟବସ୍ତିତ କରିବାରେ ଉଭୟ ୱେସ୍କୋ ଏବଂ ଜିଇଡ଼ି ବିଭାଗ ସମ୍ପୁର୍ଣ୍ଣ ଭାବରେ ଅସଫଳ ହୋଇଥିବା ନିଶ୍ଚିତ ହୋଇଛି। ବାରମ୍ବାର ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିବା ଫଳରେ ଭିମସାରରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି।

ଗୁରୁବାର ସନ୍ଧ୍ୟାରେ ଜେନେରେଟର ରୁମ ନିକଟରେ ଅଗ୍ନିକାଣ୍ଡ ଘଟି ନିଆଁ ଜଳି ଉଠିଥିଲା। ଫଳରେ ଘଟଣାସ୍ତଳରେ ଶିଶୁବିଭାଗରେ କାର୍ଯ୍ୟରତ ଲୋକସୁଧା ହରିପାଲ(ଲିପୁ) ନାମ୍ନୀ ଜଣେ ସୁରକ୍ଷା କର୍ମଚାରୀ ବୈଦ୍ୟୁତିକ ତାର ଜାଲ ମଧ୍ୟକୁ ଡ଼େଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ କୌଣସି ମତେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା। ଯଦିଓ ସେହି ସୁରକ୍ଷା କର୍ମୀଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ଭୁୟାସୀ ପ୍ରଶଂସା କରିଛନ୍ତି କିନ୍ତୁ ସୁଚନା ସେହି କର୍ମଚାରୀ ଜଣକ ପ୍ରାୟ ୪ରୁ୫ ମାସ କାଳ ହେବ ନିଜର ପ୍ରାପ୍ୟ ପାଇନାହାନ୍ତି। ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଗସ୍ତ ସମୟରେ ହୋଇଥିବା ବୈଦ୍ୟୁତିକ ବିଭ୍ରାଟ ଏ ଯାବତ ସୁଧୁରି ପାରି ନାହିଁ। ଗତ କିଛି ମାସ ମଧ୍ୟରେ ଚାରିରୁ ପାଞ୍ଚଥର ଏଭଳି ସର୍ଟ ସର୍କିଟରୁ କେବୁଲତାର ପୋଡ଼ିବା, ୱେସ୍କୋ ବିଭାଗ ଏବଂ ଜିଇଡ଼ି ବିଭାଗର ନିମ୍ନମାନର ଟ୍ରାନ୍ସଫର୍ମର ପୋଡ଼ିବା ଜାରି ରହିଛି। ଉଭୟ ବିଭାଗ ନିଜ ନିଜ ବିରୁଦ୍ଧରେ ମଧ୍ୟରେ ଦୋଷ ଲଦିବା ଫଳରେ ହଇରାଣ ହେଉଛନ୍ତି ନିରିହ ରୋଗୀ।

ଏହି ଅଗ୍ନିକାଣ୍ଡ ଫଳରେ ଘଣ୍ଟାଏ ପାଖାପାଖି ସ୍ତ୍ରୀ ଓ ପ୍ରସୁତୀ ବିଭାଗର ପ୍ରସବ ଗୃହ ଏବଂ ଅସ୍ତ୍ରୋପଚାର କକ୍ଷରେ ବିଜୁଳି ସରବରାହ ବିଛିନ୍ନ ରହିବା ଫଳରେ ତିନିଜଣ ପ୍ରସୁତୀଙ୍କର ପ୍ରସବ କରାଯାଇ ପାରି ନ ଥିବା ବେଳେ ଅସ୍ତ୍ରୋପଚାର କକ୍ଷରେ ଅସ୍ତ୍ରୋପଚାର ଅଟକାଇବାକୁ ପଡ଼ିଥିଲା। ବୁର୍ଲା ନବଜାତ ଶିଶୁ ସଘନ ଗୃହ, ଆଞ୍ଚଳିକ ରୋଗ ନିରୁପଣ କେନ୍ଦ୍ର ଏହା ସହିତ ସମସ୍ତ ବିଭାଗରେ ବିଜୁଳି ବିଭ୍ରାଟ ୪୦ ମିନିଟରୁ ସମୟ ଧରି ଲାଗି ରହିଥିଲା।

Comments are closed.