ଭୁବନେଶ୍ବର କିଟ୍‌ ରୋଡ୍‌ସ୍ଥିତ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଯାଇଛି ରେଷ୍ଟୁରାଣ୍ଟ ସହ ସଂଲଗ୍ନ ଦୋକାନ

ଭୁବନେଶ୍ବର: ଆଜି ସନ୍ଧ୍ୟା ସାଢ଼େ ୮ଟା ସମୟରେ ଭୁବନେଶ୍ବର କିଟ୍‌ ରୋଡ୍‌ସ୍ଥିତ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ପାଖାପାଖି ଦେଢ଼ଘଣ୍ଟା କାଳ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ରେଷ୍ଟୁରାଣ୍ଟରେ ନିଅଁା ଲାଗି ରେଷ୍ଟୁରାଣ୍ଟ ସହ ଏହାର ସଂଲଗ୍ନ ଦୋକାନଗୁଡ଼ିକ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଇନ୍‌ଫୋସିଟି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Comments are closed.