ବାରିଆଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ, ବିପନ୍ନଙ୍କୁ ସହାୟତା

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ବଲସକୁମ୍ଫା ପଂଚାୟତ ଅନ୍ତର୍ଗତ ଟିଟ୍ରାପଙ୍ଗା ପଂଚାୟତର ବାରିଆଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରରେ କୌଣସି ପ୍ରକାର ଅଗ୍ନିକାଣ୍ଡ ଘଟି ଗ୍ରାମର ସିମାଞ୍ଚଳ ସାହୁ, ପ୍ରତାପ ସାହୁ, ବିରଞ୍ଚି ନାରାୟଣ ସାହୁ, କାହ୍ନୁ ଚରଣ ସାହୁଙ୍କ ୪ ବଖରା ଘର ସଂପୂର୍ଣ୍ଣଭାବେ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇଁ ଫୁଲବାଣୀ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଘରର ସମସ୍ତ ଆସବାସ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଆଜି ଅଗ୍ନି ବିପନ୍ନଙ୍କ ପାଖରେ ଖଜୁରିପଡ଼ା ତହସିଲଦାର ସପ୍ନିତା ନାୟକ ଓ ରାଜସ୍ୱ ନରୀକ୍ଷକ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହିତ ପଲିଥିନ୍ ପ୍ରଦାନ କରିଛନ୍ତି। ସେହିଭଳି ଟିଟ୍ରାପଙ୍ଗା ସରପଂଚ ଗୀତାଞ୍ଜଳୀ ଜାନୀ, ନାଏବ ସରପଂଚ ବ୍ରହ୍ମାନନ୍ଦ ଦିଗାଲ, ସମିତିସଭ୍ୟା ମୋନିସା ଦିଗାଲ ଓ ସଂଜିବ ଲୋଚନ ପ୍ରଧାନ ପ୍ରମୁଖ ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments are closed.