ଜଳିଗଲା ବାବାଙ୍କ କୁଟୀର

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଣସଡିହା ଗ୍ରାମରେ ରହୁଥିବା ବାବା ସିଦ୍ଧେଶ୍ଵର ଗିରି ରହୁଥିବା ଆଶ୍ରମର  କୁଟୀରଟି ଆଜି ପୋଡିଯାଇଛି। ବାବା ଆଶ୍ରମରେ ନ ଥିବା ବେଳେ ବାବାଙ୍କ କୁଟୀରରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ କୁଟୀରଟି ସଂପୂର୍ଣ୍ଣ ଜଳି ଯାଇଥିଲା। କୁଟୀରରେ ଥିବା ସମସ୍ତ ଆସବାବ ପତ୍ର ଜଳିଯିବା ସହ ବାବା ରଖିଥିବା ୩୦ ହଜାର ୨୪୦ ଟଙ୍କା ମଧ୍ୟ ପୋଡିଯାଇ ଥିଲା। ବାବାଙ୍କ କୁଟୀରରେ ଥିବା ଲୁନା ଓ ସାଇକେଲକୁ ଉଦ୍ଧାର କରିବାକୁ ଯାଇ ସ୍ଥାନୀୟ ଯୁବକ ବିଜୟ କୁମାର ବାରିକ ଆହତ ହୋଇଥିବା ଜଣାଯାଇଛି। ବାବା ଏ ସମ୍ପର୍କ ରେ ସ୍ଥାନୀୟ ତହସିଲକୁ ଯାଇ ଲିଖିତ ଭାବେ ଜଣାଇଛନ୍ତି।

Comments
Loading...