ଆଜମେର-ପୁରୀ ଏକ୍ସପ୍ରେସରେ ନିଆଁ

ଅନୁଗୁଳ: ଆଜମେର – ପୁରୀ ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଗୁରୁବାର ସମ୍ବଲପୁର ରେଳ ଡିଭିଜନରେ ଥିବା ହଣ୍ଡପା ରେଳ ଷ୍ଟେସନ ନିକଟରେ ଗାଡି ନମ୍ବର- (୧୮୪୨୨) ଆଜମେର-ପୁରୀ ଏକ୍ସପ୍ରେସର ଇଞ୍ଜିନରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଥିଲା। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନାମିଳିନାହିଁ। ଟ୍ରେନଟି ପୁରୀରୁ ଆଜମେର ଅଭିମୁଖେ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଟ୍ରେନଟି ହଣ୍ଡାପା ଷ୍ଟେସନ ନିକଟରେ ଅପରାହ୍ନ ୨ଟାରୁ ଅଟକି ରହିଥିଲା କିନ୍ତୁ ପରେ ଅପରାହ୍ନ ୪.୪୫ରେ ଟ୍ରେନରେ ଅନ୍ୟ ଏକ ନୂତନ ଇଞ୍ଜନ ଖଞ୍ଜାଯାଇ ଚଳାଚଳ ଆରମ୍ଭ କରାଯାଇଥିବା ସୂଚନାମିଳିଛି।

Comments are closed.