ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ରାଜକନିକା : ରାଜକନିକା ବ୍ଲକ ଅଚ୍ୟୁତପୁର ଗାଁରେ ରନ୍ଧନ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଛି । ବୁଧବାର ସନ୍ଧ୍ୟାରେ ଗାଁର ଖଗେଶ୍ଵର ମହାନ୍ତିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଘରେ ଥିବା ସମସ୍ତ ଲୋକ ଧାଁ ଧପଡ କରି ବାହାରକୁ ଚାଲିଆସିଥିଲେ । ଗାଁ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ନିଆଁର ପ୍ରକୋପ ଧିରେ ଧିରେ ବଢିବା ସହ ଘର ଭିତରେ ଥିବା ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଗ୍ୟାସ ଟାଙ୍କି ଫାଟିବା ସମୟରେ ଜୋରରେ ବିସ୍ଫୋରଣ ହେବା ସହ ଘରର ଆଜବେଷ୍ଟସ୍ ଉଡିଯିବା ସହ ପାଖରେ ଥିବା ଘରର କାନ୍ଥ ଗୁଡିକ ମଧ୍ୟ ଫାଟି ଯାଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।  ନିଆଁରେ ଖଗେଶ୍ଵରଙ୍କ ୩ ବଖରା ଘର ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏପରି ପରିସ୍ଥିତିରେ ଖଗେଶ୍ଵରଙ୍କ ପରିବାରକୁ ଯଥାଶିଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.