ନୋଏଡାରେ ଅଗ୍ନିକାଣ୍ଡ ; ୨୪ ଘଣ୍ଟାରେ ଦ୍ବିତୀୟ ଘଟଣା

ନୂଆଦିଲ୍ଲୀ : ଦିଲ୍ଲୀ ସଂଲଗ୍ନ ଗ୍ରେଟର ନୋଏଡାର ଇଟେହରା ଗୋଲ ଛକ ନିକଟରେ ଥିବା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଦିନକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା।

ଏହା ପୂର୍ବରୁ ଗୁରୁବାର ସକାଳେ ଗୁଜରାଟର ଅହମ୍ମଦାବାଦର ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଆଇସିୟୁରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡ ସମୟରେ ଆଇସିୟୁରେ ୧୦ ଜଣ ଏବଂ ହସ୍ପିଟାଲରେ ୪୯ ଜଣ କରୋନା ରୋଗୀ ଥିଲେ।

Comments are closed.