କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ, ଶହ ଶହ ଗଛ ଧ୍ବଂସ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ରାଧକାନ୍ତପୁର ପଂଚାୟତର ସୁଆଁଳ, ବେଗୁନିଆ ପଂଚାୟତର ଭୀମପୁର, ବଡ଼ବେରେଣକ୍ଷ ପଂଚାୟତର ବଡବେରଣା ଏବଂ ବୋଲଗଡ଼ ବ୍ଲକର ସକ୍ଷନପଦର ଠାରେ ଥିବା କାଜୁ ଜଙ୍ଗଲ ଗୁଡିକରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବା ଫଳରେ ଶହ ଶହ କାଜୁ ଗଛ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସୁଆଁଳ, ଭୀମପୁର ଏବଂ ସକ୍ଷନପଦର ଠାରେ ପଂହଁଚି ପ୍ରବଳ ଖରାରେ ନିଆଁକୁ ଆୟତ କରିଥିବାବେଳେ ବଡବେରଣାଠାରେ କଳାପଥର ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଉକ୍ତ ଫିଲଡ଼ ଗୁଡିକ ନିଗମ ତରଫରୁ ନିଲାମ ହୋଇଛି ନାଁ ନାହିଁ ତାହା ଜଣାପଡି ନାହିଁ । ଏହି ଅଗ୍ନିକାଣ୍ଡରେ ଶହ ଶହ କାଜୁ ଗଛରେ ବଉଳ ଆସିଥିବାବେଳେ ଜଳି ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Comments are closed.