ଅଗ୍ନିକାଣ୍ଡରେ ୨ ବଖରା ଚାଳ ଘର ସହ ଆସବାବପତ୍ର ପୋଡି ପାଉଁଶ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତିକିଡିହା ଗ୍ରାମର ରଥିଆ ବିନ୍ଧାଣିଙ୍କ ପୁଅ ଭୀମ ବିନ୍ଧାଣିଙ୍କର ୨ ବଖରା ଚାଳଛପର ଘରେ ଆଜି ଦିନ ଦ୍ବିପ୍ରହରେ କୌଣସି କାରଣବଶତଃ ନିଆଁ ଲାଗି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ୪ ବସ୍ତା ଊର୍ଦ୍ଧ୍ବ ଧାନ, ଚାଉଳ ଓ ଲୁଗାପଟା ସହିତ ନଗଦ ୨ ହଜାର ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଏତେ ଜୋରଥିଲା ଯେ, ଗ୍ରାମବାସୀ ବହୁ ଚେଷ୍ଟା ପରେ ମଧ୍ୟ ନିଆଁକୁ ଆୟତ କରି ପାରି ନ ଥିଲେ। ଖବର ପାଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଚେଷ୍ଟାପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ , ମଧ୍ୟ ସେହି ସମୟ ବେଳକୁ ସଂପୂର୍ଣ୍ଣଭାବେ ପୋଡ଼ି ଯାଇଥିବାର ଦେଖାଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଭୀମ ବିନ୍ଧାଣି ଅତି ଗରିବଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତ ଯୋଗା ଦେବା ପାଇଁ ଦାବି ହେଉଛି।