ନିଆଁରେ ପୋଡି ହେବା ଘଟଣା, ଆଖି ବୁଜିଲେ ୨ପୁଅ

0

ଅନୁଗୁଳ : ଅନୁଗୁଳରେ ନିଆଁରେ ପୋଡି ହୋଇଯିବା ଘଟଣାରେ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି। କଟକ ବଡ ମେଡିକାଲରେ ଦୁଇ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମା କଟକ ଏସସିବି ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତେବେ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଅନୁଗୁଳ ବନ୍ତଳା ଥାନା ଶାବଳଭଙ୍ଗା ଗ୍ରାମରେ ନିଆଁରେ ପୋଡି ହୋଇ ମା ଓ ୨ପୁଅ ଗୁରୁତର ହୋଇଥିଲେ। ସେମାନଙ୍କ ଶରୀରର ୯୦ଭାଗ ପୋଡି ଯାଇଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୁଳ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply