ଧାମରା ଏଲଏନଜି ଟର୍ମିନାଲରେ ନିଆଁ, ୧୦ ଘଣ୍ଟା ପରେ ବି ଅଣାୟତ୍ତ

ଧାମରା: ଧାମରା ବନ୍ଦର ପରିସରରେ ଥିବା ଏଲଏନଜି ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ରବିବାର ମଧ୍ୟରାତ୍ରିରେ ଟର୍ମିନାଲରେ ନିଆଁ ଲାଗିଥିବାବେଳେ ଦୀର୍ଘ ୧୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବି ତାହାକୁ ଆୟତ୍ତ କରାଯାଇ ପାରି ନ ଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ମଧ୍ୟରାତ୍ରିରେ ନିଆଁ ଲାଗିଯାଇଥିବାବେଳେ ରାତି ପ୍ରାୟ ୧ଟାରେ ତାହା ଅଧିକ ମାତ୍ରାରେ ବ୍ୟାପି ଯାଇଥିଲା। ଧାମରା ବନ୍ଦରରେ ଥିବା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା। ପରେ ଧାମରାରୁ ଆଉ ୨ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ଆସି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ୱେଲ୍ଡିଂ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲେ ହେଁ ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ।

 

Comments are closed.