ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ; ଜଳିଗଲା ୨୦୦ ବଖରା ଘର

0

ନୂଆଦିଲ୍ଲୀ : ଦିଲ୍ଲୀର ପଶ୍ଚିମପୁରୀ ଅଞ୍ଚଳରେ ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦୦ ବଖରା କୁଡିଆ ଘର ଜଳି ଧ୍ବଂସ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାଣହାନି ଘଟିନଥିବା ବେଳେ ଜଣେ ମହିଳା ଅହତ ହୋଇଛନ୍ତି ।

ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ପଶ୍ଚିମପୁରୀ ଅଞ୍ଚଳରେ ନିଆଁ ଲାଗିବାର ସୂଚନା ମିଳିଥିଲା । ପରେ ୨୦ରୁ ୨୫ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ନିଆଁ ଲିଭା ହେବା ବେଳକୁ ୨୦୦ କୁଡିଆ ଘର ଜଳି ସାରିଥିଲା । ଅଗ୍ନିକାଣ୍ଡରେ ଜଣେ ମହିଳା ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply