ହାଇଦ୍ରାବାଦ ଔଷଧ କାରଖାନାରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ସ୍ଥିତ ଔଷଧ କାରଖାନାରେ ଶନିବାର ଦ୍ବିପ୍ରହରରେ ଅଗ୍ନିକାଣ୍ଡ ହୋଇଛି ।କାରଖାନାର ହୋଇଥିବା ଅଗ୍ନିକାଣ୍ଡରେ ୮ଜଣ ଲୋକ ପୋଡ଼ି ହୋଇ ଯାଇଥିବା ଆଶଙ୍କା କରାଯାଉଛି ।

ପୁଲିସ ସୂଚନା ଅନୁସାରେ, ବିନ୍ଧ୍ୟା ଓର୍ଗାନିକ୍ସର ଔଷଧ ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ୍ ଔଦ୍ୟୋଗିକ କ୍ଷେତ୍ରରେ ରହିଛି । ନିଆଁ ଲାଗିଥିବାର କାରଣ ଅସ୍ପଷ୍ଟ ରହିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Comments are closed.