ଶାହାରୁଖଙ୍କ ଉପସ୍ଥିତିରେ ସୁଟିଂସେଟ୍‍ରେ ଅଗ୍ନିକାଣ୍ଡ

0

ମୁମ୍ବଇ : ବଲିଉଡର ଆଗାମୀ ଚଳଚ୍ଚିତ୍ର ‘ଜିରୋ’ର ସୁଟିଂ ବେଳେ ସୁଟିଂସେଟ୍‍ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସୁଟିଂସେଟ୍‍ରେ ଅଗ୍ନିକାଣ୍ଡ ଘଟିବା ବେଳେ ଅଭିନେତା ଶାହାରୁଖ ଖାଁ ଉପସ୍ଥିତ ଥିଲେ। ତେବେ ଶାହାରୁଖଙ୍କର କୌଣସି କ୍ଷତି ହୋଇ ନାହିଁ। ଡିସିପି ବିନୟ ରାଥୋଡଙ୍କ କହିବା ଅନୁଯାୟୀ ଅଗ୍ନିକାଣ୍ଡରେ ସୁଟିଂସେଟ୍‍ର ଇଲେକ୍ଟ୍ରି ୱାରିଂ ସମେତ ବୈଦ୍ୟୁତିକ ସରଞ୍ଜାମ, ଗଦି, ପରଦା ଓ ଅନ୍ୟାନ୍ୟ ସୁଟିଂ ସାମଗ୍ରୀ ପୋଡି ଯାଇଛି। ୪ଟି ଦମକଳ ନିଆଁକୁ ନିୟନ୍ତ୍ରଣ କରିଥିଲା। ଶାହାରୁଖ, କାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଡିସେମ୍ବର ୨୧ରେ ପ୍ରଦର୍ଶନ ହେବାର ଅଛି।

Leave A Reply