ଆଇଏନଏସ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ, ତଦନ୍ତି ନିର୍ଦେଶ

ଭାରତର ବିମାନବାହକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କିଛି ସମୟ ମଧ୍ୟରେ ତାହାକୁ ନିୟନ୍ତ୍ରଣ କରାଯାଇଥିଲା। ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବା ନୌସେନାର ଜଣେ ମୁଖପାତ୍ର କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ଲାଗୁ ତଦନ୍ତ ନିର୍ଦେଶ ଦିଆଯାଇଥିବା ପ୍ରବକ୍ତା ଜଣକ କହିଛନ୍ତି।

ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଅତି ସାମାନ୍ୟ ଥିଲା। କାର୍ଯ୍ୟରତ କିଛି କର୍ମଚାରୀ ଜାହାଜର ଏକ ଅଂଶରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଏହା ପରେ ତୁରନ୍ତ ତାହାକୁ ଆୟତ୍ତ କରାଯାଇଥିଲା। ଏହି ଘଟଣାରେ କୌଣସି ବଡ଼ ଧରଣର କ୍ଷତି ହୋଇ ନ ଥିବା କୁହାଯାଇଛି। ସୂଚନାଯୋଗ୍ୟ, ଏହି ଜାହାଜଟିକୁ ୨୦୧୩ରେ ଭାରତ ରୁଷଠାରୁ କିଣିଥିଲା। ସମ୍ରାଟ ବିକ୍ରମାଦିତ୍ୟଙ୍କ ନାମରେ ଏହି ଜାହାଜର ନାମକରଣ କରାଯାଇଛି।

Comments are closed.