ହାର୍ଡୱେର୍ ଦୋକାନରେ ଅଗ୍ନିକାଣ୍ଡ

ନର୍ଲା: ନର୍ଲା ମୁଖ୍ୟ ବଜାରସ୍ଥିତ ଏକ ହାର୍ଡୱେର ଦୋକାନରେ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଆୟତ୍ତ କରିବା ଲାଗି ନାକେଦମ ହେବାକୁ ପଡ଼ିଥିଲା।

ରୋହନ ଖୈତାନଙ୍କ ଏହି ଦୋକନରେ ନିଆଁ ଲାଗିଯାଇଥିବା ଜଣାପଡ଼ିବା ପରେ ନର୍ଲା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା। ଏହା ପରେ ମ.ରାମପୁର ଅଗ୍ନିଶମ ବିଭାଗକୁ ଡକାଯାଇଥିଲା। ଉଭୟ ନର୍ଲା ଓ ମ.ରାମପୁର ଅଗ୍ନିଶମ ବିଭାଗ ପ୍ରାୟ ୨ ଘଣ୍ଟା କାଳ ପ୍ରୟାସ କରିବା ପରେ ରାତି ସାଢେ ୭ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ମ.ରାମପୁର ଷ୍ଟେସନ ଅଫିସର ଲବ ନାଏକ ଓ ନର୍ଲା ଦାୟିତ୍ବ ନିର୍ବାହୀ ଷ୍ଟେସନ ଅଫିସର ତରଣୀସେନ୍ ମିର୍ଦ୍ଧାଙ୍କ ନେତୃତ୍ବରେ ୧୪ ଜଣିଆ ଟିମ୍ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡ଼ି ନାହିଁ। ତେବେ ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବାବେଳେ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

Comments are closed.