ବିଳମ୍ବିତ ରାତିରେ ଜଳିଗଲା ଟ୍ୟାଙ୍କର, ଡ୍ରାଇଭର ଓ ହେଲପର୍‌ ଗୁରୁତର

ଖୋର୍ଦ୍ଧା: ଟାଙ୍ଗୀ ବାଇପାସ୍‌ ନିକଟରେ ଏକ କେମିକାଲ ଟ୍ୟାଙ୍କର ସମ୍ପୂର୍ଣ୍ଣ ଜଳି ଯାଇଛି । ଏଥିରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର୍‌ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, କେମିକାଲ ଟ୍ୟାଙ୍କରଟି ପାରାଦୀପରୁ ବ୍ରହ୍ମପୁର ଯାଉଥିବା ୧୬ ନମ୍ୱର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍‌ ନିକଟରେ ଟ୍ୟାଙ୍କରଟି  ଜଳି ଯାଇଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ । ତେବେ ବଳମ୍ବିତ ରାତି ହୋଇଥିବାରୁ ଦୁର୍ଘଟଣା ପରେ ଟ୍ୟାଙ୍କରରେ ନିଆଁ ଲାଗିଛି ବା ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଉକ୍ତ ଟ୍ୟାଙ୍କରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Comments are closed.