ଅଗ୍ନିକାଣ୍ଡରେ ଜଳିଗଲେ ଯୁବତୀ

0

ରଘୁନାଥପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ସଦେଇପୁର ପଞ୍ଚାୟତର ରାଉତ ନୂଆଗାଁ ଠାରେ ଏକ ଅଘଟଣ ଘଟିଛି । ଘରେ ନିଆଁ ଲାଗି ୪ ବଖରା ଘର ପୋଡି ଯିବା ସହ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଯୁବତୀ ଏହି ଗାଁର ଅଚ୍ୟୁତାନନ୍ଦ ଦାସଙ୍କ ଝିଅ ମାମା ଦାସ (୧୮) । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଖବର ପାଇ ଜଗତସିଂହପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏଥି ସହିତ ରଘୁନାଥପୁର ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

Leave A Reply