ପୁତୁଲାତଲା ଶାଗୁଆନ ଉଦ୍ୟାନରେ ଅଗ୍ନିକାଣ୍ଡ

ସିନେ୍ଧକେଲା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ଜୋନ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ପୁତୁଲାତଲାଇ ଗ୍ରାମରେ ଜଳଛାୟା ପକ୍ଷରୁ କରାଯାଇଥିବା ଶାଗୁଆନ ଉଦ୍ୟାନରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ଯୁବ ସମାଜସେବୀ ଅନିଲ ତ୍ରିପାଠୀ ସେଠାରେ ପହଞ୍ଚିବା ସହ ବନ ବିଭାଗକୁ ଜଣାଇଥିଲେ। ଅଲଣ୍ଡା ପଞ୍ଚାୟତର ଯୁବନେତା ଯୁବରାଜ ବାଗଙ୍କ ନେତୃତ୍ୱରେ ବିଜେପି ସିନେ୍ଧକେଲା ମଣ୍ଡଲ ଯୁବମୋର୍ଚ୍ଚା ଉପ ସଭାପତି ହେମନ୍ତ ସାହୁ ଓ ଅନ୍ୟମାନେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ଦମକଳ ପହଞ୍ଚି ବନ ବିଭାଗ ଓ ଯୁବକମାନେ ମିଶି ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ କାର୍ଯ୍ୟରେ ଜଙ୍ଗଲ ବିଭାଗ ସୁରକ୍ଷା ବାହିନୀର ହିମାଂଶୁ ପଣ୍ଡା, ସଦନ ଠେଲା, ଦମକଳ ବାହିନୀର ପୀତବାସ ବଢେଇ, ବଶିଷ୍ଠ ବିହାରୀ, ଅମୂଲ୍ୟ ପ୍ରଧାନ, ରାଜକୁମାର ସାହୁ, ସୁଦର୍ଶନ ଭୋଇ, ସୁଶାନ୍ତ ସାହୁ ଓ ବିଜୟ ସୁନା ପ୍ରମୁଖ ସାମିଲ ହୋଇଥିଲେ।

Comments are closed.