ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଅହମଦାବାଦ: ଗୁଜୁରାଟ ସୁରତର ହଜିରାସ୍ଥିତ ଓଏନଜିସି ପ୍ଲାଣ୍ଟରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଲଗାତାର ୩ଟି ବିସ୍ଫୋରଣ ପରେ ଓଏନଜିସି ପ୍ଲାଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ନଆଁ ଲିଭା କାର୍ଯ୍ୟରେ ୧୨ରୁ ଅଧିକ ଦମକଳ  ନିୟୋଜିତ ହୋଇଥିଲା। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

 

Comments are closed.