ତେଲ ଟ୍ୟାଙ୍କରରେ ନିଆଁ, ହେଲପର ଗୁରୁତର

0

ଜୟପୁର: ୬୩ ନମ୍ବର ଜାତୀୟ ରାଜପଥରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି। ଶନିବାର ଅପରାହ୍ନରେ କୋରାପୁଟ ଜିଲ୍ଲାର ବୋରିଗୁମା ଅଞ୍ଚଳର ଶସାହାଣ୍ଡି ନିକଟରେ ଟ୍ୟାଙ୍କର ଟି ହୁ ହୁ ହୋଇ ଜଳି ଉଠିଥିଲା। ଏଥିରେ ଥିବା ହେଲପର ଗୁରୁତର ହୋଇଛନ୍ତି । ତାଙ୍କୁ ବୋରିଗୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଙ୍କଟାପନ୍ନା ରହିଛି । ତେଲ ବୋଝେଇ ଟ୍ୟାଙ୍କରଟି କୋଲକାତାରୁ ରାୟପୁର ଅଭିମୁଖେ ଯାଉଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଟ୍ୟାଙ୍କରରେ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply