ପୋଷାକ ଶୋ ରୁମରେ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ଯ୍ୟରେ ୨୫ଟି ଦମକଳ ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତମ ନଗରସ୍ଥିତ ଏକ ପୋଷାକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଶୁକ୍ରବାର ସକାଳେ ଶୋ ରୁମରୁ ଧୂଆଁ ବାହାରୁ ଥିବା ଦେଖି ସ୍ଥାନୀୟଲୋକ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ୨୫ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ କୋଟିଏ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Comments are closed.