ନବରଙ୍ଗପୁର ପରଶନାଥ ଏମ୍ପରିୟମରେ ଅଗ୍ନିକାଣ୍ଡ ; ୩ ମହଲା ଲୁଗା ଦୋକାନ ଭଷ୍ମୀଭୂତ

ଘଟଣାସ୍ଥଳରେ ଜିଲାପାଳ ଓ ଏସ୍‍ପିଙ୍କର ଅନୁଧ୍ୟାନ 

ନବରଙ୍ଗପୁର : ନବରଙ୍ଗପୁର ମୁଖ୍ୟରାଜପଥ ରେ ସହରର ସବୁଠାରୁ ବଡ ଲୁଗା ଦୋକାନ ପରଶନାଥ ଏମ୍ପରିୟମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୋଟିକୋଟି ଟଙ୍କା ଲୁଗା ଓ ପୋଷାକ ପତ୍ର ନଷ୍ଟ ହୋଇଛି। ମଙ୍ଗଳବାର ପ୍ରାୟ ଅପରାହ୍ନ ୪ଟାରୁ ସଟ୍‍ସର୍କିଟ କାରଣରୁ ନିଆଁ ଲାଗି ପ୍ରବଳ ଧୂଆଁ ବାହାରି ଥିଲା। ତେବେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ଆସି ଉପର ମହଲାକୁ ଯାଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପ୍ରବଳ ଧୂଁଆମୟ କାରଣରୁ ଭିତରକୁ ଯାଇ ପାରିନଥିଲେ। ପରେ ଏହି  ନିଆଁ ଲାଗି ୩ ମହଲାକୁ ବ୍ୟାପି ଯାଇଛି । ଉପର ମହଲାର ଏ.ସିରୁ ସଟସର୍କିଟ ହୋଇ ନିଆଁ ଲାଗି ଯାଇଥିବାବେଳେ ଏହା ସନ୍ଧ୍ୟା  ୭ଟାରୁ ହୁହୁ ହୋଇ ଜଳୁଛି। ଏହି ଖବର ଲେଖିବା ପର୍ଯ୍ୟନ୍ତ ତିନି ମହଲା କୋଠା ଜଳୁଥିବା ବେଳେ ତଳ ମହଲା (ଗ୍ରାଉଣ୍ଡଫ୍ଲର) କୁ ପହଞ୍ଚି ନାହିଁ। ତେବେ ଏହା ବ୍ୟାପକ ଆକାର ଧାରଣ କରିବା ପରେ ଆଖପାଖ ଦୋକାନ ବଜାର ବନ୍ଦ ରହିଛି। ଥାନା ପୁଲିସ ଓ ଫୋର୍ସ ପହଞ୍ଚି ସତର୍କ ଦୃଷ୍ଟି ରଖିଛନ୍ତି। ୪ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ପାଣି ମାଡ କରୁଥିଲେ ମଧ୍ୟ କୌଣସି ଫରକ ପରିଲକ୍ଷିତ ହେଉ ନାହିଁ । ଅଗ୍ନିକାଣ୍ଡ କାରଣରୁ ଉପରେ ତିନିଟି ମହଲରେ ଥିବା ଲୁଗା ଓ ,ଡ୍ରେସପଟା ଦୋକାନ ସବୁ ପୋଡି ପାଉଁଶ ହୋଇଛି। ଘରର ଛାତର ସମସ୍ତ ଲୁହା ସାମଗ୍ରୀ ପୋଡି ଲାଲ କଟକଟ ଦିଶୁଥିବାବେଳେ କବାଟ ଝରକା ପୋଡି ଯାଇଛି। ସହରରେ ପ୍ରଥମଥର ପାଇଁ ଏଭଳି ବଡଧରଣର ଅଗ୍ନିକାଣ୍ଡ ଘଟିଥିବାବେଳେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ରାତ୍ର ୮.୩୦ରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ସହାୟ ମୀନା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସହରର ହଜାରହଜାର ଲୋକରୁଣ୍ଡ ହୋଇ ଏହି ଘଟଣା ଦେଖୁଛନ୍ତି।

 

 

Comments are closed.