ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଗ୍ନିକାଣ୍ଡ, ମରାମତି ବେଳେ ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ରାତିରେ ଏକ ଧରଣ ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତି ଯାଇଛି । ରିପୋର୍ଟ ଅନୁଯାୟୀ, ବିମାନ ବନ୍ଦରରେ ଠିଆ ହୋଇଥିବା ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ ସୌଭାଗ୍ୟବଶତଃ ବିମାନରେ କେହି ଯାତ୍ରୀ ନଥିଲେ । ସେହି ସମୟରେ ବିମାନର ଅକ୍ସିଲାରୀ ଶକ୍ତି କେନ୍ଦ୍ରରେ ମରାମତି କାର୍ଯ୍ୟ ଚାଲିଥିଲା ।
ସୂଚନାଯୋଗ୍ୟ, ଏହି ବିମାନଟି ଦିଲ୍ଲୀରୁ ଆମେରିକାର ସାନଫ୍ରାନସିସ୍କୋ ଅଭିମୁଖେ ଉଡାଣ ଭରିଥାଆନ୍ତା । ନିଆଁ ଲାଗିବା ପରେ ଉଡାଣରୁ ରବ୍ଦ କରାଯାଇଛି ।

Comments are closed.