ଗ୍ୟାସ୍ ଲିକ୍‍ରୁ ଅଗ୍ନିକାଣ୍ଡ, ମହିଳା ଗୁରୁତର

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ରୋଷେଇ ଗ୍ୟାସ୍ ଲିକ୍‍ରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଜେନାପଦା ଗ୍ରାମର ସତ୍ୟନାରାୟଣ ମହାନ୍ତିଙ୍କ ପତ୍ନୀ ସରୋଜିନି ସୋମବାର ସକାଳ ୧୧ଟାରେ ରୋଷେଇ କରିବାକୁ ଯାଉଥିବାବେଳେ ପୂର୍ବରୁ ଗ୍ୟାସ୍ ପାଇପ୍ ଲିକ୍‍ ଯୋଗୁଁ ଚୁଲା ଲଗାଇବା ବେଳେ ହଠାତ୍‍ ଅଗ୍ନିକାଣ୍ଡ ଘଟିଥିଲା। ସରୋଜିନିଙ୍କ ପିନ୍ଧାଲୁଗାରେ ନିଆଁ ଲାଗି ତାଙ୍କ ଶରୀରର ପ୍ରାୟ ୪୦ପ୍ରତିଶତ ପୋଡିଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆଠଗଡ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥା ଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Comments are closed.