କେନ୍ଦୁପଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପାଟଣା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ, ମଙ୍ଗଳବାର ସକାଳ ୮ଟାରେ ଅଗ୍ନିକାଣ୍ଡ ଘଟି କଣ୍ଡୁରି ସାହୁ, ରବିନ୍ଦ୍ର ସାହୁଙ୍କ ସମୁଦାୟ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିରେ ଧାନ, ମୁଗ, ବିରି, କଂଶାବାସନ ସହ ଗୋଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବିଦ୍ୟୁତ୍ ସଟ୍‍ ସର୍କ୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହା ଯାଉଥିବାବେଳେ ୨ହଳ ବଳଦ ଏବଂ ଗାଇ ମେଣ୍ଢା ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ କଳାପଥର ଦମକଳ କେନ୍ଦ୍ରର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବୈଦ୍ୟେଶ୍ୱର ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ ତରଫରୁ ତଦନ୍ତକରି ତୁରନ୍ତ ସରକାରୀ ସାହାଯ୍ୟ ସମେତ ବ୍ଳକ ତରଫରୁ ବିଜୁ ପକ୍କାଘର ଯୋଗାଇ ଦେବାକୁ ସମାଜସେବୀ ପ୍ରଦ୍ୟମ୍ନ କୁମାର ସୁବୁଦ୍ଧିଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

Comments are closed.