ମହାକାଳପଡ଼ାରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୫୦ବଖରା, ୨ଶିଶୁ ଗୁରୁତର, ୨୦ରୁ ଅଧିକ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜାଲକଣା ଗ୍ରାମରେ ଗୁରବାର ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୫୦ବଖରାରୁ ଊର୍ଦ୍ଧ୍ବ ଘର ଜଳି ପୋଡି ପାଉଁଶ ହୋଇଯାଇଥିଲାବେଳେ ୨ଜଣ ଶିଶୁ ଗୁରୁତର ହେବାସହ ୨୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଗ୍ନିକାଣ୍ଡରେ ୩୩ରୁ ଊର୍ଦ୍ଧ୍ବ ପରିବାର ସର୍ବସାନ୍ତ ହୋଇଯାଇଥିବା ବେଳେ ଗୁରୁତର ଶିଶୁ ଏବଂ ଆହତମାନଙ୍କୁ କେନ୍ଦ୍ରାପଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

Comments are closed.