ଚଳନ୍ତା କାରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର : ସମ୍ବଲପୁର ଜିଲା ଧୁନିପାଲୀ ଥାନା ଅନ୍ତର୍ଗତ ଗୋବିନ୍ଦତଲା ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। କାର ଭିତରେ ଥିବା ଯାତ୍ରୀମାନେ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଗାଡ଼ି ବନେଟରୁ ନିଆଁ ବାହାରୁଥିବା ଦେଖି କାର଼ି ଚାଳକ ଗାଡ଼ି ଅଟକାଇଥିଲେ। ପରେ ସ୍ଥନୀୟ ଲୋକଙ୍କ ଦ୍ୱାରା ନିଆକୁଁ ଆୟତ୍ତ କରାଯାଇଥିଲାବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

Comments are closed.