ନୂଆମାଣତ୍ରୀ ଗ୍ରାମରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ପୁରୁଣା ମାଣତ୍ରୀ ପଂଚାୟତର ନୂଆମାଣତ୍ରୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ରୁ ଉର୍ଦ୍ଧ୍ବ ବଖରା ଘର ଜଳି ଭଶ୍ମୀଭୂତ ହୋଇଥିବାର ଖବର ହସ୍ତଗତ ହୋଇଛି । ଶୁକ୍ରବାର ପ୍ରାୟ ରାତି ୯:୩୦ ମିନିଟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଥିବାର ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ଅଗ୍ନି ଵିପନ୍ନ ମାନେ ହେଲେ ବିରେନ ପ୍ରଧାନ, ବବରୁ ବାହନ ପ୍ରଧାନ, ଜୀବର୍ଧନ ଘିବାଲା, ମାଧବ ପ୍ରଧାନ।

Comments are closed.