ଅଗ୍ନିକାଣ୍ଡରେ ୧୧ବଖରା ଜଳିଗଲା, ଗୋଟିଏ ଗାଈ ଦଗ୍ଧ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ଘାସି ଭବାନୀପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ବଖରା ଘର ପୋଡି ପାଉଁସ ହୋଇଯିବା ସହିତ ଖୁଣ୍ଟରେ ବନ୍ଧା ହୋଇ ଥିବା ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ମଧ୍ୟ ରାତିରେ ସମସ୍ତେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘରପୋଡିରେ ଗୋଟିଏ ସ୍କୁଟି, ସାଇକେଲ, ଧାନ, ଚାଉଳ, ଲୁଗା-ପଟା, ବାସନ-କୁସନ ସହିତ ଅନେକଆସବାବ ପତ୍ର ପୋଡିଯାଇଛି । ଖବରପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ବାଟ ଜାଣି ନପାରି ବିଳମ୍ବରେ ପହଞ୍ଚି ଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅତିରିକ୍ତ ତହସିଲଦାର ସରପଞ୍ଚ ସମିତି ସଭ୍ୟ ବିପନ୍ନ ଲୋକଙ୍କ ପାଖରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ନିଆଁ ଲିଭାଇବାରେ ଗ୍ରାମବାସୀ ବହୁ ପରିଶ୍ରମ କରିଥିବାର ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇଥିବା ଅନୁମାନ କରାଯାଉଛି ।

Leave A Reply