ପୋଡି ଗଲା ଘର; ମହିଳା ନିରାଶ୍ରୟ

କୁଚିଣ୍ଡା : ମହୁଲପାଲି ଥାନା କୁସୁମୀ ନିକଟସ୍ଥ ରଙ୍ଗିଆଟିକ୍ରା ଗାଁରେ ଗତକାଲି ବିଲମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ଘର ପୋଡ଼ି ପାଉଁସ ହୋଇଯାଇଥିଲା। ନିଆଁ ଲାଗି ଘରର ଆସବାବ ପତ୍ର ପୋଡି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଟାଇଁସର ନିକଟସ୍ଥ ରଙ୍ଗିଆଟିକ୍ରା ଗ୍ରାମର ନିରାକାର ପଟେଲଙ୍କ ପୁତ୍ର ମହାଦେବ ପଟେଲଙ୍କ ଗତ ବର୍ଷ ଅକାଳ ମୃତ୍ୟୁ ଘଟିଥିଲା। ଅସହାୟ ଅବସ୍ଥାରେ ତାଙ୍କ ବିଧବା ସ୍ତ୍ରୀ ନିରୁପମା ରହୁଥିବାବେଳେ ଗତ ଅଗଷ୍ଟ ମାସରରେ ତାଙ୍କ ନବଜାତ ସନ୍ତାନଙ୍କ ପରଲୋକ ହୋଇଥିଲା। ସଂପ୍ରତି ସେ ଏକାକୀ ରହୁଥିବାବେଳେ ଗତକାଲି ମଧ୍ୟରାତ୍ରରେ ଆକସ୍ମିକ ଭାବେ ତାଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘରର ବହୁ ଆସବାବ ପତ୍ର ପୋଡି ଯାଇଥିବା ସୂଚନା ହସ୍ତଗତ ହୋଇଛିା ସଂପ୍ରତି ଅସହାୟ ଯୁବ୍‍ତୀ ନିରାଶ୍ରିତ ହୋଇ ରହିଥିବା ଜଣାଯାଇଛି। ଅସହାୟ ମହିଳାଙ୍କୁ ସରକାର ଆବଶ୍ୟକ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.