ବଜାରରେ ଅଗ୍ନିକାଣ୍ଡ; ଜଳିଗଲା ୨ଟି ଫଳ ଓ ୩ଟି ଜଳଖିଆ ଦୋକାନ

ବାଲେଶ୍ବର : ବାଲେଶ୍ବର ଜିଲା ଭୋଗରାଇ ବ୍ଲକ କମର୍ବ୍ଦା ବଜାରରେ ଅଗ୍ନିକାଣ୍ଡ ହୋଇଛି। ଆଜି ଭୋର୍ ୪ଟାରେ ଅଗ୍ନିକାଣ୍ଡ ଘଟି ୨ଟି ଫଳ ଓ ୩ଟି ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୋକାନ ଭିତରେ ଥିବା ପ୍ରାୟ ୩ଟି ଗ୍ୟାସ୍ ସିଲିଣ୍ଡର୍ ଫାଟି ଯିବା ଫଳରେ ଲୋକେ ପାଖକୁ ଯିବାକୁ ସାହସ କରିନଥିଲେ। ଭୋଗରାଇ ଓ ଜଳେଶ୍ଵରରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

Comments are closed.