ଅଗ୍ନିକାଣ୍ତରେ ଜଳିଗଲା ଘର, ବାସହରା ଗରିବ ରଞ୍ଜିତ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ପୁରେନା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ତରେ ଜଣେ ଗରିବ, ନିରୀହ ମଜୁରୀଆର ଘର ସଂପୂର୍ଣ୍ଣ ପୋଡି ଯାଇଛି। ରହିବା ପାଇଁ ଘର ନାହିଁ।
ଘଟଣାରୁ ଜଣାଯାଏ ଯେ, ପୁରେନାର ରଞ୍ଜିତ ମୁଟକିଆ ଜଣେ ମଜୁରୀଆ। ଅନ୍ୟର ମଜୁରୀ କରିବା ପାଇଁ ଯାଇଥିଲା। ଘରେ କେହି ନ ଥିଲେ। କୌଣସି କାରଣବଶତଃ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମର ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶ୍ରମ ବାହିନୀକୁ ଖବର ଦିଆଯାଇଥିଲା। ଅନେକ ଚେଷ୍ଟା ସତ୍ତ୍ବେ ଘରଟି ସଂପୂର୍ଣ୍ଣ ଧୁଲିସାତ୍ ହୋଇଯାଇଥିଲା। ବର୍ତ୍ତମାନ ମୁଣ୍ତ ଗୁଞ୍ଜିବା ଚିନ୍ତାର ବିଷୟ ହୋଇଛି। ପ୍ରଶାସନ ଉପଯୁକ୍ତ ତଦନ୍ତ କରି ରଞ୍ଜିତକୁ ଆର୍ଥିକ ସହାୟତା ଦେବାକୁ ସାଧାରଣରେ ନିବେଦନ ହୋଇଛି।

Comments are closed.