ଧାନଖରିରେ ନିଆଁ; ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ

ବରପାଲି଼ : ବରପାଲି ବ୍ଲକ କୁଶନପୁରୀ ପଞ୍ଚାୟତ ରଙ୍ଗାଟିକିରା ଲୋକନାଥ ମେହେରଙ୍କ ୫ଏକଡ଼ର ଧାନ ଖରି ଅଗ୍ନି ସଂଯୋଗରେ ଜଳି ଛାରଖାର ହୋଇଯାଇଛି। ଶନିବାର ସନ୍ଧ୍ୟା ସମୟରେ ଅଚାନକ ଧୂଆଁ ସହ ଧାନପୋଡ଼ା ଗନ୍ଧ ଅଚଂଳରେ ଚହଟି ଯାଇଥିଲା। ପରେ ଧୁଆଁ ବାହାରୁଥିବା ଦିଗରେ ଗାଁଲୋକେ ଯାଇ ଦେଖିଲା ବେଳକୁ ଧାନ ବିଲରେ ସଂଗୃହିତ ଧାନଗଦା ମଧ୍ୟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ଖବରପାଇ ସ୍ଥାନିୟ ଅଗ୍ନିଶମ ବିଭାଗ ଏସଆଇ ଅରୁଣ ଟପ୍ନୋଙ୍କ ନେତୃତ୍ୱରେ କର୍ମଚାରୀମାନେ ଦୁଇଟି ଗାଡ଼ି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଦୁଇଘଣ୍ଟା ବିତିଗଲା ପରେ ନିଆଁକୁ ଆୟତ୍ତ କରାଯାଇଥିଲେ ସୁଦ୍ଧା ଧାନଗଦାରୁ ଅଧିକାଶଂ ଛାରଖାର ହୋଇଥିଲା। ଆଖପାଖ ଧାନ ଜମିରେ ସଫେଇ ପାଇଁ ଲାଗିଥିବା ନିଆଁ ଏହି ଖରିରେ ଲାଗିଯାଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି।

Comments are closed.