ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ; ବିସ୍ଫୋରଣରେ ଥରିଲା ଅଞ୍ଚଳ

ଭୁବନେଶ୍ଵର : ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ପେଟ୍ରୋଲ ପମ୍ପରେ ଥିବା ସିଏନଜି ଷ୍ଟକରେ ନିଆଁ ଲାଗିଛି। ବିସ୍ଫୋରଣ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପେଟ୍ରାଲ ପମ୍ପର ସିଏନଜି ଟାଙ୍କିରେ ନିଆଁ ଲାଗିଯାଇଥିବା ଚର୍ଚା ହେଉଛି । 

ବିସ୍ଫୋରଣ ଶବ୍ଦ ସହ ନିଆଁ ବହୁ ଦୂରକୁ ଦୃଶ୍ୟମାନ ହୋଇଥିଲା । ଲୋକମାନେ ଭୂମିକମ୍ପ ହୋଇଥିବା ଭାବି ଘରୁ ପଦାକୁ ବାହାରି ଆସିଥିବା ଦେଖାଯାଇଛି  । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚିଛି ।

ଅଗ୍ନିକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣରେ ରହିଛି। ୨ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments
Loading...