ଚୀନ ଥିମ୍ ପାର୍କରେ ଅଗ୍ନିକାଣ୍ଡ : ୧୩ ମୃତ

ବେଜିଂ : ଚୀନ ଜାତୀୟ ଦିବସ ଅବସରରେ ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ କହିଛି ଯେ ସାନ୍ସି ପ୍ରଦେଶର ତାଇୟୁଆନ୍ ସହରର ଉପକଣ୍ଠରେ ଥିବା ଟାଇଟିଶାନ୍ ଥିମ୍ ପାର୍କରେ ଗୁରୁବାର ଏକ ପ୍ରଦର୍ଶନୀ ହଲରେ ଅଗ୍ନିକାଣ୍ଡ ଘଟିଛି। ଜିନହୁଆ ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି, ସେମାନଙ୍କର ଅବସ୍ଥା ସ୍ଥିର ରହିଛି। ରାଜ୍ୟ ପରିଷଦର କାର୍ଯ ସୁରକ୍ଷା କମିଟି ଏହାର ଅନୁସନ୍ଧାନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି।

Comments are closed.