ଅଗ୍ନିକାଣ୍ଡରେ ୪ବଖରା ଭସ୍ମ

0

ବାଲେଶ୍ବର : ଅଗ୍ନିକାଣ୍ଡରେ ୪ବଖରା ଭସ୍ମ ହୋଇଯାଇଛି। ବାଲେଶ୍ବର ଜିଲା ସୋର ମ୍ୟୁନିସପାଲିଟି ୧୮ନମ୍ବର ୱାର୍ଡରେ ​‌ମୋହନପୁରରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସେକ ରୋଶନ ଓ ସକ୍ରୁନ ବିବିଙ୍କ ୪ବଖରା ପୋଡି ପାଉଁଶ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply