ଶ୍ରମିକ ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ

0

ବିଶ୍ରା : ଦୁର୍ବୃତ୍ତମାନେ ବିଶ୍ରା ବ୍ଲକ ଜଗଦା ପଞ୍ଚାୟତର ଜଣେ ଶ୍ରମିକ ନେତାଙ୍କ ଘର ଜାଳି ଦେଇଛନ୍ତି। ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା ଚକ୍ରଧର ମହାନ୍ତଙ୍କ ଘର ଜାଳି ଦେଇଛନ୍ତି। ମଙ୍ଗଳବାର ରାତିରେ ଶୋଇଥିବା ବେଳେ ବାହାର ପଟୁ କବାଟ ଦେଇ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ୩ଟି ସ୍କୁଟି, ଗୋଟିଏ ବାଇକ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜୀବନହାନି ହୋଇ ନଥିବା ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply