ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର; ୪ଟି ଗୋରୁ ସହ ୨୫ଟି ଛେଳି ଜୀବନ୍ତ ଦଗ୍ଧ

0

ଭଦ୍ରକ : ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜୁରାଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତିରେ ଅମରେନ୍ଦ୍ର ପାଲଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ତାଙ୍କ ଦୁଇ ବଖରା ଘର ଜଳି ଯାଇଥିବା ବେଳେ ୪ଟି ଗୋରୁ ଓ ୨୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅମରେନ୍ଦ୍ରଙ୍କ ଘରେ ନିଆଁ ଲାଗିବା ଦେଖି ଗାଁ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Leave A Reply